ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଘଟି ଯାଇଛି ଅଘଟଣ | ମୁକୁଳା ଡ୍ରେନ୍ରେ ଭାସିଯାଇଥିବା ୧୧ ବର୍ଷର ନାବାଳକର ମୃତ୍ୟୁ ହୋଇଛି | ଆଜି ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା। ମୁକା ଡ୍ରେନ୍ ରୁ ବେଲୁନ୍ ଆଣିବା ପାଇଁ ଯାଇ ଡ୍ରେନ୍ରେ ଭାସି ଯାଇଥିଲେ ଏସ୍କେ ରାଜେଶ୍। ପ୍ରାୟ ଘଣ୍ଟାଏ ପରେ ନାବାଳକକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ସ୍କେ ରାଜେଶ୍ ଙ୍କୁ ମୃତ ଘୋଷଣା କରିଛନ୍ତି | ଡ୍ରେନ୍ର ଓଷ୍କାର ସିଟି ପାଖରୁ ନାବାଳକକୁ ଉଦ୍ଧାର କରାଯାଇଥିଲା । ସରକାରଙ୍କ ତରଫରୁ କ୍ଷତିପୂରଣ ବାବଦକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..