Report Card Odisha

| Daily Odia News

ଯୁବକଙ୍କ ଉପରେ ଗାଡି ଚଢ଼ାଇ ଦେଲେ ସାଂସଦଙ୍କ ଝିଅ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜଣେ ରାଜ୍ୟ ସଭା ସାଂସଦଙ୍କ ଝିଅ ରାସ୍ତାରେ ଶୋଇଥିବା ଜଣେ ଯୁବକଙ୍କ ଉପରେ ନିଜ BMW ଚଢ଼ାଇ ଦେଇଛନ୍ତି। ହିଟ୍‌ ଆଣ୍ଡ ରନ୍‌ ମାମଲା ଚେନ୍ନାଇରେ ଘଟିଛି। ଏହି ଦୁର୍ଘଟଣାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଂସଦଙ୍କ ଝିଅଙ୍କୁ ପୋଲିସ ଗିରଫ କରି ସଙ୍ଗେ ସଙ୍ଗେ ଜାମିନରେ ଛାଡ଼ି ଦେଇଛି। ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି। YSR କଂଗ୍ରେସ ପାର୍ଟି ଏମପି ବିଡ଼ା ମସ୍ତାନ ରାଓଙ୍କ ଝିଅ ମାଧୁରୀ ଏହି ଦୁର୍ଘଟଣା ଘଟାଇଛନ୍ତି। ଚେନ୍ନାଇର ବସନ୍ତ ନଗର ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣା ମାମଲାରେ ପୋଲିସ ମାଧୁରୀଙ୍କୁ ଗିରଫ କରି ତୁରନ୍ତ ଜାମିନରେ ଛାଡ଼ି ଦେଇଛି। ମୃତକଜଣକ ୨୪ ବର୍ଷୀୟ ସୂର୍ଯ୍ୟ ବୋଲି ଜଣାଯାଇଛି। ସୂର୍ଯ୍ୟ ଜଣେ ପେଣ୍ଟର ଭାବେ କାମ କରୁଥିବା ଜଣାଯାଇଛି। ସୋମବାର ରାତିରେ ସୂର୍ଯ୍ୟ ରାସ୍ତା ପାର୍ଶ୍ୱରେ ଥିବା ଫୁଟପାଥରେ ଶୋଇଥିଲେ। ମାଧୁରୀ ନିଜେ BMW କଳାର୍‌ ଡ୍ରାଇଭ କରି ଆସୁଥିବା ବେଳେ ତାଙ୍କ ସହ ଜଣେ ବାନ୍ଧବୀ ବି ଥିଲେ। ହଠାତ୍‌ ଭାରସାମ୍ୟ ହରାଇ ମାଧୁରୀ ସୂର୍ଯ୍ୟଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ।ଏହାଦେଖି ତୁରନ୍ତ ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇ ଯାଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ମାଧୁରୀ ଆମ୍ବୁଲାନ୍ସକୁ ଫୋନ୍‌ କରି ଘଟଣାସ୍ଥଳରୁ ଗାଡ଼ି ସହ ଚାଲି ଯାଇଥିଲେ। ଗୁରୁତର ଅବସ୍ଥାରେ ସୂର୍ଯ୍ୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସୂର୍ଯ୍ୟଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାଧୁରୀଙ୍କ କାର୍‌ ନମ୍ବରରୁ ତାଙ୍କ ଠିକଣା ବାହାର କରି ତାଙ୍କୁ ଗତକାଲି ଗିରଫ କରିଥିଲା। ମାତ୍ର ତୁରନ୍ତ ଜାମିନରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

Breaking News