ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁମ୍ବଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମା ବିସ୍ଫୋରଣ ଧମକ ମିଳିଛି। ପୋଲିସ କହିବା ଅନୁଯାୟୀ ଭିପିଏସ୍ ନେଟଓ୍ବର୍କ ମାଧ୍ୟମରେ ଇମେଲ ଯୋଗେ ଏହି ଧମକ ମିଳିଛି। ତେଣୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଠାବ କରିବା କଷ୍ଟକର ହୋଇପଡିଛି। ଜସଲୋକ, ରାହେଜା, ସେଭେନ୍ ହିଲ୍, କୋହିନୂର , କେଇଏମ୍ , ଜେଜେ , ସେଣ୍ଟ ଜର୍ଜ ଆଦି ହସ୍ପିଟାଲ ଗୁଡିକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ହିନ୍ଦୁଜା କଲେଜ ଅଫ୍ କମର୍ସକୁ ମଧ୍ୟ ଅନୁରୂପ ବିସ୍ଫୋରଣ ଧମକ ମିଳିଛି। ଧମକରେ ଉଲ୍ଲେଖ ରହିଛି ଯେ, ଡାକ୍ତରଖାନା ଶର୍ଯ୍ୟା ତଳେ ଏବଂ ଗାଧୁଆ ଘରେ ବୋମା ରଖାଯାଇଛି। ଏହା ଯେକୌଣସି ମୂହୁର୍ତ୍ତରେ ବିସ୍ଫୋରଣ ହୋଇପାରେ। କିନ୍ତୁ ଯାଞ୍ଚ ପରେ ସେଭଳି କୌଣସି ସନ୍ଧିଗ୍ଧ ଜିନିଷ ମିଳିନାହିଁ।






More Stories
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..
୨୦ରୁ ସଂସଦର ମୌସୁମୀ ଅଧିବେଶନ…..