ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଜୁନ୍ ୧୮ ତାରିଖରେ ତାଙ୍କ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଥିଲେ। ଲୋକସଭା ନିର୍ବାଚନ ଜିତିବା ପରେ ଏହା ମୋଦୀଙ୍କର ପ୍ରଥମ ବାରାଣସୀ ଗସ୍ତ ଥିଲା। ଏହି ଗସ୍ତ ସମୟରେ ମୋଦୀଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ମୋଦୀଙ୍କ କନ୍ଭୟ ଦଶାଶ୍ବମେଧ ଘାଟରୁ କାଶୀ ବିଶ୍ବନାଥ ମନ୍ଦିର ଯାଉଥିବାବେଳେ ବାଟରେ କେହି ଜଣେ ବ୍ୟକ୍ତି ତାଙ୍କ ଗାଡ଼ି ଉପରକୁ କିଛି ଫୋପାଡ଼ି ଥିଲା। ସୋସିଆଲ ମିଡିଆରେ ଏବେ ଏହି ଘଟଣାର ଏକ ଭିଡିଓ ଭାଇରାଲ୍ ହେଉଛି। ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଭିନ୍ନ ଭିନ୍ନ ସାମଗ୍ରୀ ବୋଲି କହିଛନ୍ତି । କିନ୍ତୁ ଉତ୍ତରପ୍ରଦେଶର ଜଣେ ବରିଷ୍ଠ ପୋଲିସ ଅଫିସର କହିଛନ୍ତି, ଏହା ଏକ ମୋବାଇଲ ଫୋନ୍ ଥିଲା। ବିନା କୌଣସି ଉଦ୍ଦେଶ୍ୟ ରଖି କେହି ଜଣେ ବ୍ୟକ୍ତି ତାଙ୍କ ମୋବାଇଲ ଫୋପାଡ଼ି ଦେଇଥିବା ସେ କହିଛନ୍ତି। କିନ୍ତୁ ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ନେଇ କୌଣସି ସରକାରୀ ବିବୃତି ଜାରି ହୋଇନି। ଏହି ଘଟଣା କେବଳ ମୋବାଇଲ ଫୋନ୍ରେ କେହି ରେକର୍ଡ କରିବାପରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକେ ଆଉ ଡରୁନାହାନ୍ତି ଏବଂ ଏହା ହେଉଛି ତାହାର ଜ୍ବଳନ୍ତ ଉଦାହରଣ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……