ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାକାଶରୁ ଫେରିପାରୁ ନାହାନ୍ତି ସୁନୀତା ୱିଲିୟମ୍ସ। ଷ୍ଟାରଲାଇନର ବୋଇଂ ମହାକାଶ ଯାନରେ ସୁନୀତା ଏବଂ ତାଙ୍କ ସାଥୀ ପାଇଲଟ ବୁଚ୍ ୱିଲମୋର ନିକଟରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅବତରଣ କରିଥିଲେ। ସେଠାରେ କିଛିଦିନ ରହି ପୁଣି ପୃଥିବୀ ପୃଷ୍ଠକୁ ଫେରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଫେରିବା ମିଶନକୁ ସ୍ଥଗିତ କରିଦେଇଛି ନାସା। ଫଳରେ ସୁନୀତା ଏବଂ ତାଙ୍କ ସାଥୀ ପାଇଲଟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅଟକି ରହିଛନ୍ତି। ମହାକାଶ ଯାନଟି କେବେ ଫେରିବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନି ନାସା। ଯାନର ପରୀକ୍ଷଣ ଏବଂ କିଛି ବୈଷୟିକ ସମସ୍ୟା ଯୋଗୁ ମିଶନ ଆରମ୍ଭରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। ଗତ ଜୁନ ୫ ତାରିଖରେ ସୁନୀତା ଏବଂ ୱିଲମୋର ଆଇଏସଏସ ଅଭିମୁଖେ ଉଡ଼ାଣ କରିଥିଲେ। ଷ୍ଟାରଲାଇନର ବୋଇଂ ମହାକାଶଯାନ ପ୍ରଥମ ଥର ଲାଗି ମଷିଣଙ୍କୁ ନେଇ ମହାକାଶକୁ ଯାତ୍ରା କରିଛି। ୨୦୧୯ ପରଠାରୁ ଏହି ଯାନକୁ ୨ ଥର ମହାକାଶକୁ ପଠାଯାଇଥିଲା, ଯେଉଁଥିରେ କୌଣସି ମହାକାଶଚାରୀ ଯାଇ ନ ଥିଲେ। ବର୍ତ୍ତମାନ ଉକ୍ତ ମହାକାଶ ଯାନରେ କିଛି ତ୍ରୁଟି ସାମ୍ନାକୁ ଆସିଥିବାରୁ ତାହାକୁ ଅତିରିକ୍ତ ପରୀକ୍ଷଣ କରାଯାଉଥିବା ସୂଚନା ମିଳିଛି। ଯେଉଁଥିପାଇଁ ସୁନୀତାଙ୍କ ଫେରିବା ମିଶନକୁ ଏବେ ସ୍ଥଗିତ ରଖାଯାଇଛି। ଏବେ ପ୍ରଶ୍ନ ଉଠୁଛି ସୁନିତା ଏବଂ ୱିଲମୋରଙ୍କୁ ନେଇ ମହାକାଶ ଯାନଟି କେବେ ଫେରିବ ତାହା ଉପରେ ନଜର |






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..