ରିପୋର୍ଟ କାର୍ଡ / କେନ୍ଦୁଝର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଜନ୍ମମାଟକୁ ଆସିଛନ୍ତି। ଆଜି ସେ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଭୁବନେଶ୍ବରରୁ ଯାଇ ଘଟଗାଁରେ ପହଞ୍ଚିଛନ୍ତି। ସେଠାରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଏବଂ ସାଧାରଣ ଜନତା ତାଙ୍କୁ ସ୍ବାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନମସ୍କାର କରି ଓ ହାତ ହଲାଇ ଲୋକଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ସେଠାରେ ଏକ ରୋଡ୍ ସୋ’ କରିବାପରେ ମା’ ତାରିଣୀଙ୍କ ଦର୍ଶନ କରିବେ। ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ନିଜ ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହାପରେ କେନ୍ଦୁଝର ସହରକୁ ଆସିବେ।ମଧ୍ୟାହ୍ନରେ ସର୍କିଟ ହାଉସ୍ରେ ରହି ମଧାହ୍ନଭୋଜନ କରିବା ପରେ ଅପରାହ୍ନ ୩ଟାରେ ବଳଦେବଜିଉଙ୍କ ଦର୍ଶନ କରିବେ। ଏହାପରେ ବଡ଼ଦାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଆଟୋପୁର, ଚର୍ଚ୍ଚଛକ, ଜେଲ୍ରୋଡ ଛକ, ଗାନ୍ଧୀଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଲାବଣ୍ୟ ଛକ, ଟେଲିଫୋନ ଏକ୍ସଚେଞ୍ଜ ଦେଇ ଷ୍ଟାଡିୟମରେ ପହଞ୍ଚିବେ। ସେଠାରେ ଉପସ୍ଥିତ ଜନସାଧାରଣଙ୍କଠାରୁ ସମ୍ବର୍ଦ୍ଧନା ଗ୍ରହଣ କରିବାପରେ ସର୍କିଟ ହାଉସ୍ରେ ରାତ୍ରିଯାପନ କରିବେ। ୨୪ ତାରିଖ ସକାଳେ ଜନ୍ମସ୍ଥାନ ରାଇକଳା ଗାଁକୁ ଯିବେ। ପୂର୍ବାହ୍ନ ୧୧ଟାରେ ରାଇକଳାଠାରୁ ଝୁମ୍ପୁରା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ଦୁର୍ଗା ପଡ଼ିଆରେ ପହଞ୍ଚିବେ। ସେଠାରେ ମଧ୍ୟ ସାଧାରଣ ଲୋକଙ୍କ ଦ୍ବାରା ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରି ନିଜ ଗାଁ ରାଇକଳାରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..