ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
NEET ପରୀକ୍ଷାକୁ ନେଇ ବିବାଦ ଜାରିରହିଥିବା ବେଳେ ଆଜି ପୁଣି ୧୫୬୩ ପିଲା NEET UG ପରୀକ୍ଷା ଦେବେ | ଦେଶର ୬ଟି ସହହରେ ହେବ ପରୀକ୍ଷା। ଗ୍ରେସ୍ ମାର୍କ ପାଇଥିବା କେବଳ ୧୫୬୩ ପିଲାଙ୍କ ପାଇଁ ଏହି ପରୀକ୍ଷା ହେଉଛି। ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବେ। ପୁନଃ ପରୀକ୍ଷା ଅପରାହ୍ନ ୨ଟାରୁ ୫ଟା ୨୦ ପର୍ଯ୍ୟନ୍ତ କରାଯିବ। ଯେଉଁମାନେ ଏହି ପରୀକ୍ଷାରେ ଗ୍ରେସ୍ ମାର୍କ ପାଇଥିଲେ କେବଳ ସେହି ପରୀକ୍ଷାର୍ଥୀମାନେ ହିଁ NEET-UG ପୁନଃ ପରୀକ୍ଷାରେ ସାମିଲ ହେବେ। ଉଲ୍ଲେଖ ଯୋଗ୍ୟ-ମେ’ ୫ ତାରିଖରେ NEET UG ପରୀକ୍ଷା ହୋଇଥିଲା। ତେବେ ଏହି ପରୀକ୍ଷାରେ ପେପର୍ ଲିକ୍ ହୋଇଥିବା କଥା ସାମ୍ନାକୁ ଆସିଛି। ଏହି ମାମଲା ସୁପ୍ରିମକୋର୍ଟରେ ଅଛି। ଗତ ଥରର ପରୀକ୍ଷାରେ ମିଳିଥିବା ଗ୍ରେସ୍ ମାର୍କକୁ ରଦ୍ଦ କରାଯିବା ପରେ ପୁନର୍ବାର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଆଜି ଆୟୋଜିତ କରାଯାଉଛି।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..