ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ବିଧାନସଭାରେ ପୂର୍ବ ସରକାରକୁ ଘେରିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି ରାସନ କାର୍ଡ। ବିଧାନସଭାରେ ଏପରି ଏକ ସାଙ୍ଘାତିକ ଅଭିଯୋଗ ଆଣି ମନ୍ତ୍ରୀ କହିଛନ୍ତି, ବିଭାଗ ଭୂତ ହିତାଧିକାରୀ ଏବଂ ଧନୀ ଲୋକଙ୍କୁ ରାସନ କାର୍ଡରୁ ବାଦ ଦେଉଛନ୍ତି। ଗରିବ ଲୋକଙ୍କୁ ବାଦ ଦିଆଯାଉନି କି ଯିବ ନାହିଁ। ସେ ଆହୁରି କହିଛନ୍ତି, ବିଜେଡି ସରକାର ସମୟରେ ରାସନ ଡିଲର ସବୁ ଖାଇ ଖୋଳ କରିଦେଇଛନ୍ତି। ନିର୍ବାଚନ ବେଳେ ସେଇମାନେ ବିଜେଡି ପାଇଁ ଟଙ୍କା ବାଣ୍ଟୁ ଥିଲେ। ଯଦି ବର୍ତ୍ତମାନ ସେମିତି କେହି ଦୁର୍ନୀତି କରନ୍ତି, ସେମାନଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ଏଣେ ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖି କହିଛନ୍ତି, ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀ ଅଛନ୍ତି।। ଏବେ ୬ ଲକ୍ଷ ୧୯ ହଜାର ୮୩୬ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..