ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍ମାର୍ଟ ସିଟିରେ ବେଆଇନ ଆପାର୍ଟମେଣ୍ଟ ନେଇ ବିଏମସି ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସରକାର ଅନୁମତି ଦେଲେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ । ସରକାରଙ୍କ ନିଷ୍ପତ୍ତି ଯାହା ରହିବ ତାକୁ ବିଏମସି ମାନିବ । ଯେଉଁସବୁ ବେଆଇନ ଆପାର୍ଟମେଣ୍ଟ ରହିଛି ତାହାକୁ ଭାଙ୍ଗିଲେ କ୍ଷତିପୂରଣ ଦେବାକୁ ପଡିବ । ବିଏମସି ପାଖରେ କ୍ଷତିପୂରଣ ଦେବାକୁ ଟଙ୍କା ନାହଁ । ରାଜ୍ୟ ସରକାର ଯଦି କ୍ଷତିପୂରଣ ଦେବେ, ଅନୁମତି ମିଳିଲେ ଆମେ ଆପାର୍ଟମେଣ୍ଟ ଭାଙ୍ଗିଦେବୁ । ଏସବୁ ଆପାର୍ଟମେଣ୍ଟ ନିର୍ମାଣ ବେଳେ ତାହା ପଞ୍ଚାୟତ ଅଧିନରେ ଥିଲା । ଏବେ ସେଗୁଡିକ ବିଏମସି ନିୟନ୍ତ୍ରଣକୁ ଆସିଛି ।






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..