ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନ୍ସନ ବୃଦ୍ଧି ଦାବି । ବିଧାନସଭାରେ ବୁଧବାର ପ୍ରଶ୍ନକାଳରେ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଏହି ଦାବି କରିଛନ୍ତି । ତାରା ପ୍ରସାଦ ବାହିନୀପତି, ସନାତନ ବିଜୁଳି, ପୂର୍ଣ୍ଣ ସେଠୀ ଦାବି ଉଠାଇଛନ୍ତି । ବିଧାୟକଙ୍କ ଦାବି ପ୍ରତି ସରକାର ଧ୍ୟାନ ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି। ସୂଚାନୁଯାୟୀ, ୨୦୧୭ରେ ଶେଷ ଥର ପାଇଁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହା ବ୍ୟତୀତ ଅଧିବେଶନରେ ଦୈନିକ ଯୋଗ ଦେବା ପାଇଁ ୧୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଥିଲା ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..