Report Card Odisha

| Daily Odia News

ସାମ୍ନା-ସାମ୍ନି ବିତର୍କ କଲେ ଡୋନାଲ୍ଡ ଟ୍ରମ୍ପ-କମଳା ହାରିସ୍‌‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନଭେମ୍ବରରେ ହେବାକୁ ଥିବା ବେଳେ ଏହା ପୂର୍ବର ଦୁଇ ଦଳ ଡେମୋକ୍ରାଟିକ ଓ ରିପବ୍ଲିକାନର ପ୍ରାର୍ଥୀ ସାମ୍ନାସାମ୍ନି ମହାବିତର୍କ କରିଛନ୍ତି। ଫିଲାଡେଲଫିଆର ନ୍ୟାସନାଲ କନଷ୍ଟିଚ୍ୟୁସନ ସେଣ୍ଟରରେ ଦୁଇ ପ୍ରାର୍ଥୀ କମଳା ହାରିସ୍‌‌ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ତର୍କ ବିତର୍କ ହୋଇଛି। ଏହି ବତର୍କ ବେଳେ ବଡ ବୟାନ ଦେଇ ଟ୍ରମ୍ପ କହିଛନ୍ତି ଯଦି ସେ ରାଷ୍ଟ୍ରପତି ନିର୍ବାଚନ ଜିତନ୍ତି ତେବେ ୨୪ଘଣ୍ଟାରେ ରୁଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଘଟିବ। ୟୁକ୍ରେନ ଆଜି ବର୍ତ୍ତମାନ ଏକ ସ୍ୱତନ୍ତ୍ର ଦେଶ ଭାବେ ଉଭା ହୋଇଛି, ଏହା ପଛରେ କେବଳ ଆମେରିକାର ହାତ ଥିବା ଟ୍ରମ୍ପ କହିଛନ୍ତି। ମାତ୍ର ଟ୍ରମ୍ପଙ୍କ ଏହି ବୟାନ ପରେ କମଳା ହାରିସ ପାଲଟା ଜବାବ ଦେଇଛନ୍ତି। କମଳା କହିଛନ୍ତି ଟ୍ରମ୍ପଙ୍କ ବିଦେଶ ନୀତି ସବୁଠୁ ଦୁର୍ବଳ, ଏହା ସମସ୍ତେ ଜାଣିଛନ୍ତି। ଇସ୍ରାଏଲ ଓ ହମାସ ଯୁଦ୍ଧକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ବିତର୍କ ହୋଇଛି। ବାଇଡେନ ଇସ୍ରାଏଲକୁ ଅଣଦେଖା କରିଥିବା ଟ୍ରମ୍ପ ଦୋଷାରୋପ କରିବା ପରେ ଏହାକୁ ବିରୋଧ କରିଥିଲେ ହାରିସ୍‌‌। କମଳା କହିଛନ୍ତି ବାଇଡେନ ସରକାର ଆରମ୍ଭରୁ ଇସ୍ରାଏଲ ସହ ଛିଡା ହୋଇଛନ୍ତି, ଆଗକୁ ସମର୍ଥକ ଜାରି ରଖିବେ। ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ଗାଜାର ପୁଣି ଥରେ ପୁନଃ ନିର୍ମାଣ ହେବ ବୋଲି କମଳା ହାରିସ୍‌‌ କହିଛନ୍ତି।

Breaking News