ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତ ୬ ମାସର ବକେୟା ଦରମା ଦାବି ନେଇ ବୁଧବାର ଭୁବନେଶ୍ବର ଗାନ୍ଧୀମାର୍ଗରେ ନିଖିଳ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଧାନସଭା ଚାଲିଥିବାବେଳେ ସେମାନେ ନିଜର ସମସ୍ୟା ସରକାରଙ୍କୁ ଜଣାଇବାକୁ ଉଦ୍ୟମ କରିଛନ୍ତି । ଲୋୟର ପିଏମଜିରେ ଆନ୍ଦୋଳନକାରୀ ବିଧାନସଭା ଆଡକୁ ମୁହାଁଇଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ସେମାନେ ବିଭିନ୍ନ ସ୍ଲୋଗାନ ଦେବା ସହିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ସେମାନେ ୬ ଦଫା ଦାବି ଉପସ୍ଥାପନ ସହିତ ଭାରତୀୟ ଶ୍ରମ ଆଇନର ୪୫ ଓ ୪୬ତମ ସୁପାରିଶ ଭିତ୍ତିରେ ମାନ୍ୟତା ଦାବି କରିବା ସହ ସ୍ଥାୟୀ ନିଯୁକ୍ତି ମଧ୍ୟ ଦାବି କରିଛନ୍ତି। ସେମାନଙ୍କୁ ସରକାର ଧାର୍ଯ୍ୟ କରିଥିବା ଟିଏ ଡିଏ ମିଳୁ ନ ଥିବା ଅଭିଯୋଗ ହୋଇଛି। ସେମାନେ ଦରମା ବୃଦ୍ଧି ସହ ବ୍ୟାଙ୍କ ଖାତା ଲିଙ୍କ୍ କରି ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି। ଏଥିସହ ସ୍ଥାୟୀ ନିଯୁକ୍ତି ସହ ପରିଚୟ ପତ୍ର କାର୍ଡ ଦେବାକୁ ମଧ୍ୟ ଦାବି କରାଯାଇଛି। ସେମାନେ ସର୍ବନିମ୍ନ ମଜୁରିଠାରୁ କମ ଟଙ୍କା ପାଉଥିବା ଅଭିଯୋଗ କରିଛନ୍ତି। ମାସକୁ ୩୦ ଦିନ କାମ କରି ମଧ୍ୟ ଛୁଟି ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟାମାନେ ବର୍ଷବର୍ଷ ଧରି କାମ କରିବା ପରେ ସେମାନଙ୍କୁ ପୁନଃନିର୍ମାଣ ଆଳରେ ଛଟେଇ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ମନମୁଖୀ କାର୍ଯ୍ୟକୁ ବିରୋଧ କରି ନ୍ୟାୟ ପାଇଁ ସଦସ୍ୟାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।






More Stories
ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ……
୩ରୁ ପୁରୀରେ ବ୍ରିକ୍ସ ସମ୍ମିଳନୀ…..
ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ…..