ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଜାତୀୟ ରାଜପଥ ଶୁଳ୍କ ନିୟମରେ ପରିବର୍ତ୍ତନ କରିଛନ୍ତି । ଏଥିରେ ଉପକୃତ ହେବେ ଯେଉଁମାନଙ୍କୁ ପ୍ରତିଦିନ କୌଣସି କାମରେ ରାଜପଥ କିମ୍ବା ଏକ୍ସପ୍ରେସୱେରେ ଯିବାକୁ ପଡୁଛି ଏବଂ ସେମାନଙ୍କ ଘର ଟୋଲ ପ୍ଲାଜା ନିକଟରେ ରହିଛି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନୂଆ ନିୟମ ଅନୁସାରେ, ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) ବ୍ୟବହାର କରୁଥିବା ଘରୋଇ ଗାଡ଼ି ମାଲିକଙ୍କୁ ରାଜପଥ ଓ ଏକ୍ସପ୍ରେସ୍ ୱେରେ ୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ପ୍ରତିଦିନ କୌଣସି ଟୋଲ୍ ଆଦାୟ କରାଯିବ ନାହିଁ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନୁଯାୟୀ, ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) ବ୍ୟବହାର କରୁଥିବା ଘରୋଇ ଗାଡ଼ି ମାଲିକଙ୍କୁ ରାଜପଥ ଓ ଏକ୍ସପ୍ରେସ୍ ୱେରେ ୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ପ୍ରତିଦିନ କୌଣସି ଟୋଲ୍ ଆଦାୟ କରାଯିବ ନାହିଁ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଆଧାରିତ ୟୁଜର ଫି’ ସଂଗ୍ରହ ବ୍ୟବସ୍ଥା ଅଧୀନରେ ଗୋଟିଏ ଦିନରେ ପ୍ରତ୍ୟେକ ଦିଗରେ ୨୦ କିଲୋମିଟର ଯାତ୍ରା ପାଇଁ ଜାତୀୟ ରାଜପଥ, ସ୍ଥାୟୀ ସେତୁ, ବାଇପାସ୍ କିମ୍ବା ଟନେଲ ବ୍ୟବହାର ପାଇଁ ଜାତୀୟ ପରମିଟ୍ ଥିବା ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଗାଡ଼ିର ଦାୟିତ୍ୱରେ ଥିବା ଡ୍ରାଇଭର, ମାଲିକ କିମ୍ବା ବ୍ୟକ୍ତିଙ୍କଠାରୁ ଶୂନ ଉପଭୋକ୍ତା ଶୁଳ୍କ ଆଦାୟ କରାଯିବ। ଏହା ଦ୍ବାରା ପ୍ରତିଦିନ ରାଜପଥରେ ଯିବାଆସିବା କରୁଥିବା ଲୋକମାନେ ଉପକୃତ ହେବେ ।






More Stories
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..