Report Card Odisha

| Daily Odia News

ସରିଲା ବିଧାନସଭା ଅଧିବେଶନ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ଶେଷ ହୋଇଛି। ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୩୧ ତାରିଖ ଯାଏ ଚାଲିଥିଲା। ଅଗଷ୍ଟ ୨୦ରୁ ଆରମ୍ଭ ହୋଇଥିବା ଦ୍ବିତୀୟ ପର୍ଯ୍ୟାୟ ବୁଧବାର ଶେଷ ହୋଇଛି। ଏହି ଅଧିବେଶନରେ ଆଉ ଦୁଇଟି କାର୍ଯ୍ୟଦିବସ ବାକି ଥିଲା। ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ସୁରମା ପାଢ଼ୀ ମୁଲତବୀ ଘୋଷଣା କରିଛନ୍ତି । ଏହି ଅଧିବେଶନରେ ବିରୋଧୀ ବିଜେଡି ଓ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ଦିଶାହୀନ ହୋଇ ରହିଥିଲେ । ଆଉ ସରକାର ପରିଚାଳନାରେ ନବାଗତ ବିଜେପିକୁ ଏହାର ଫାଇଦା ମିଳିଥିବା ଦେଖିବାକୁ ମିଳିଛି । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନିୟମିତ ଅନୁପସ୍ଥିତି ହିଁ ବିରୋଧୀ ଦଳର ଦିଶା ନିର୍ଦ୍ଧାରଣରେ ପ୍ରତିବନ୍ଧକ ସାଜିଥିଲା । ଆଉ କଂଗ୍ରେସ ବିଧାୟକମାନଙ୍କ ମଧ୍ୟରେ ତାଳମେଳ ନଥିବା ଯୋଗୁ ଶାସକ ବିଜେପିକୁ ଏହାର ଫାଇଦା ମିଳିଛି । ବିଧାନସଭାର ସୂଚନା ଅନୁସାରେ,ଏହି ଅବଧି ମଧ୍ୟରେ ଗୃହରେ ୧୯ଟି ମୁଲତବୀ ପ୍ରସ୍ତାବ ସମେତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି । ୬ଟି ସିଏଜି ରିପୋର୍ଟ ପାରିତ ହୋଇଛି । ମୋଟ ୨୫ଦିନ ବୈଠକ ବସିଛି ।

Breaking News