ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜିତିଆ ପର୍ବ ପାଳନର ଖୁସି ଦୁଃଖରେ ପରିଣତ ହୋଇଯାଇଛି। ବିହାରରେ ଜିତିଆ ପର୍ବ ପାଳନ ସମୟରେ ବିଭିନ୍ନ ସ୍ଥାନରେ ପୋଖରୀ ଓ ନଦୀରେ ଗାଧୋଇବା ବେଳେ ୩୯ ଜଣଙ୍କ ମୃତ୍ୟୁ ଘଟିଲାଣି। ରାଜ୍ୟର ୧୪ଟି ଜିଲ୍ଲୀରେ ୩୯ ଜଣଙ୍କ ଜୀବନ ଯାଇ ଥିବାବେଳେ ମୃତକଙ୍କ ମଧ୍ୟରେ ସର୍ବାଧିକ ଔରଙ୍ଗାବାଦ ଜିଲ୍ଲୀର ୧୦ ଜଣ ଅଛନ୍ତି। ସେହିପରି ଛପରାରେ ୫ ଜଣ, ରୋହତାସରେ ୪, କୈମୁରରେ, ସିୱାନରେ, ମୋତିହାରୀରେ ୩ ଲେଖାଏ, ବେତିଆରେ, ବେଗୁସରାୟରେ ୨ ଜଣ ଲେଖାଏଁ, ଗୋପାଳଗଞ୍ଜ, ଭୋଜପୁର, ନାଳନ୍ଦା, ଦରଭଙ୍ଗା, ମଧୁବନୀ, ସମସ୍ତିପୁର ଏବଂ ଅରୱାଲରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଅନ୍ୟ କେତେକ ଲୋକ ମଧ୍ୟ ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ଖୋଜାଖୋଜି କରୁଛି। ଏଭଳି ପରିସ୍ଥିତିରେ ମୃତ୍ୟୁସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। ସେପଟେ ପାର୍ବଣର ମାହୋଲ ସମୟରେ ଏପରି ଦୁଃଖଦ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତ୍ୟକ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।
More Stories
ସାଧାରଣତନ୍ତ୍ର ଦିବସରେ ଭାଗ ନେବେ ୧୫ ପ୍ରଜ୍ଞାପନ ମେଢ଼,ବାଦ୍ ପଡିଲା ଓଡ଼ିଶା….
ରାଜଧାନୀରେ ଅପହରଣ ହୋଇଥିବା ଯୁବତୀ ଉଦ୍ଧାର….
୩ ଦିନ ମଧ୍ୟରେ ବର୍ଷା କ୍ଷତି ଆକଳନ….