ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭା ସାଂସଦ ତଥା ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମ୍କୋର୍ଟ। ପୂର୍ବତନ ବିଜେପି ସାଂସଦ କିରିତ୍ ସୋମୟାଙ୍କ ପତ୍ନୀ ମେଧା ସୋମୟା ରୁଜୁ କରିଥିବା ମାନହାନୀ ମକଦ୍ଦମାରେ ଅଦାଲତ ସଞ୍ଜୟଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ମେଧା ସୋମୟା ହେଉଛନ୍ତି ମୁମ୍ବାଇର ରୁଇୟା କଲେଜର ଜୈବ୍ୟ ରସାୟନ ବିଜ୍ଞାନର ଅଧ୍ୟାପିକା। ମେଧା ସୋମାୟା ଓକିଲ ବିବକୋନନ୍ଦ ଗୁପ୍ତାଙ୍କ ଜରିଆରେ ଦାଖଲ କରିଥିବା ଏକ ଅଭିଯୋଗରେ ଦର୍ଶାଇଥିଲେ ଯେ ରାଉତ ସେ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ଭିତ୍ତିହୀନ ତଥା ସମ୍ପୂର୍ଣ୍ଣ ମିଥ୍ୟ ପ୍ରଚାର କରି ସେମାନଙ୍କୁ ବଦନାମ କରୁଛନ୍ତି। ସେ ଏବଂ ତାଙ୍କର ସ୍ବେଚ୍ଛାସେବୀ ସଂଗଠନ ୧୦୦ କୋଟି ଟଙ୍କାର ଚୌଚାଳୟ ଦୁର୍ନୀତିରେ ଜଡ଼ିତ ବୋଲି ସଞ୍ଜୟ ରାଉତ ମିଥ୍ୟ ପ୍ରଚାର କରିଥିବା ଅଭିଯୋଗ ଆଣିଥିଲେ ମେଧା। ଏଥିପାଇଁ ସେ ଶିବସେନା (ୟୁବିଟି) ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲୋଡିଥିଲେ। ମାନହାନୀ ମକଦ୍ଦମା ଆଧାରରେ ରାଉତଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ତାଙ୍କୁ ୧୫ ଦିନ ପାଇଁ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସହ ତାଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି।






More Stories
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..
ଓଡ଼ିଶାରେ ଲାଗୁହେବ ପେସା ଆଇନ……
ହାଇକୋର୍ଟ ଯିବେ ବିଜୟ!୧୧୮ ବିଧାୟକଙ୍କୁ ଆଣ……