ରିପୋର୍ଟ କାର୍ଡ / ବାଲେଶ୍ଵର
ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ଦର୍ଶନ ବନ୍ଦ କରାଯାଇଛି। ଲଗାଣ ବର୍ଷା ଯୋଗୁ ଝରଣାରେ ପ୍ରଖର ସ୍ରୋତ ଆସିବାରୁ ପଞ୍ଚ ଲିଙ୍ଗେଶ୍ୱରଙ୍କୁ ସ୍ପର୍ଶ କରିବା ଓ ପାଖକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ମନ୍ଦିର ବାହାରେ ଭୋଗ କରି ଫେରିବା ପାଇଁ ଭକ୍ତଙ୍କୁ କୁହାଯାଇଛି। ରାଜ୍ୟରେ କିଛି ଦିନ ହେବ ବର୍ଷା ଲାଗି ରହିଛି। ଫଳରେ ପଞ୍ଚ ଲିଙ୍ଗେଶ୍ୱରରେ ଝରଣା ପାଣିର ସ୍ରୋତ ବହୁ ପ୍ରଖର ରହିଛି। ଫଳରେ ଭକ୍ତଟିଏ ଯାଇ ଲିଙ୍ଗକୁ ଛୁଇଁ ଆସିବା ବିପଦ ପୂର୍ଣ୍ଣ। ଏଥିପାଇଁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି।






More Stories
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….
୬ ସିଭିଲ ଜଜ୍ଙ୍କ ବଦଳି…..
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..