ରିପୋର୍ଟ କାର୍ଡ / ମାଲକାନଗିର
ବନ୍ୟାଜଳ ବାଲିମେଳା ଜଳଭଣ୍ଡାରରେ ପଶିବା ପରେ ଗୁରୁପ୍ରିୟା ସେତୁ ପ୍ରତି ବିପଦ ସୃଷ୍ଟି କରିଛି। ଜଳସ୍ତର ଯଦି କିଛି ଘଣ୍ଟା ମଧ୍ୟରେ କମିବ ନାହିଁ ତେବେ ପୋଲକୁ କ୍ଷତିଗ୍ରସ୍ତ କରିବାର ସମ୍ଭାବନା ରହିଛି।ବାଲିମେଳା ଜଳଭଣ୍ଡାର ସର୍ବୋଚ୍ଚ ଜଳସ୍ତର ୧୫୧୬ ଫୁଟ୍ ହୋଇଥିଲା ବେଳେ ସଂଧ୍ୟା ସୁଦ୍ଧା ୧୫୧୪.୧ଫୁଟ୍ ରହିଥିଲା। ସ୍ବାଭିମାନ ଅଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁର ଗାର୍ଡର ଠାରୁ ମାତ୍ର ଦୁଇ ଫୁଟ୍ ତଳେ ପାଣି ରହିଛି। ଯେଉଁ ହାରରେ ବନ୍ୟାଜଳ ପ୍ରବେଶ କରୁଛି ୨୪ଘଣ୍ଟା ମଧ୍ୟରେ ସର୍ବୋଚ୍ଚ ଜଳସ୍ତର ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ଯାହାଫଳରେ ଗାର୍ଡର ସଂପୂର୍ଣ୍ଣ ବୁଡ଼ିଯିବ। ସେହିପରି ଜଳସ୍ତର ଗୁରୁପ୍ରିୟା ସେତୁ ନିକଟସ୍ଥ ଜାନବାଇସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..