ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି | ଆଜି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ କାରଣ ଦର୍ଶାଅ ନୋଟିସ ଜାରିକରିଛନ୍ତି | ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁଙ୍କୁ ବି ନୋଟିସ ଜାରି ହୋଇଛି । କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ତାର ଉତ୍ତର ୧୫ ଦିନ ଭିତରେ ଦେବାକୁ ନୋଟିସରେ ଉଲ୍ଲେଖ ରହିଛି । ଆଜି ପୂର୍ବାହ୍ନରେ ଭୁବନେଶ୍ବର ମହାନଗର ନିଗମର ୨୫ରୁ ୩୦ ବିଜେଡି କର୍ପୋରେଟର, ଅମରେଶ ଜେନା ଓ ବିରଞ୍ଚି ମହାସୁପକାରଙ୍କୁ ବିରୋଧ କରି ବସରେ ପୁରୀ ଲୋକନାଥ ଦର୍ଶନ ପାଇଁ ଯାଇଥିଲେ । ଏହା ପରେ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଏପଟେ ସୋ କଜ୍ ନୋଟିସ ପରେ ପ୍ରତିକ୍ରିୟା ରଖିଛନ୍ତି ଅମରେଶ ଜେନା । ଆମେ କେବେ ଦଳରେ ଫାଟ ସୃଷ୍ଟି କରିନୁ । ଆମେ ଫାଟ ସୃଷ୍ଟି କରିନୁ, ସବୁବେଳେ ଫେଭିକଲ୍ ଲଗାଇ ରଖିଛୁ । ଭୁବନେଶ୍ବରରେ ଯାହା କିଛି ଘଟିଛି ସମସ୍ତଙ୍କୁ ଜଣା ଅଛି । ଭୁବନେଶ୍ବରରେ କେହି ଏକା ଠିକା ନେଇନି । ସମସ୍ତଙ୍କ ସହଯୋଗରେ ଦଳ ଏତେ ଉପରକୁ ଉଠିପାରିଛି ବୋଲି କହିଲେ ଅମରେଶ ଜେନା । ତେବେ ଏହି ଘଟଣାକୁ ନେଇ ରାରନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
More Stories
୨୨ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ରାହୁଲ…..
ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ…..
୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି…..