ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ସିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ଗାଈକୁ ‘ରାଜ୍ୟମାତା’ର ମାନ୍ୟତା ଦେଇଛନ୍ତି। ଏନେଇ ମହାୟୁତି ସରକାର ଘୋଷଣା କରିଛନ୍ତି। ସୋମବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ଏହା ଏକ ବଡ଼ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି। ବୈଦିକ କାଳରୁ ଭାରତୀୟ ଧର୍ମା ଓ ସଂସ୍କୃତିରେ ଗାଈର ସମ୍ମାନନୀୟ ଭୂମିକା ରହିଆସିଛି । ପୁଣି ମାନବ ଖାଦ୍ୟରେ ଗାଈକ୍ଷୀରର ଉପଯୋଗିତା, ଆୟୁର୍ବେଦ ଔଷଧ, ପଞ୍ଚଗବ୍ୟ ଚିକିତ୍ସା ପ୍ରଣାଳୀ ଏବଂ ଜୈବିକ କୃଷି ପ୍ରଣାଳୀରେ ଦେଶୀ ଗୋବର ଓ ଗୋମୂତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଦୃଷ୍ଟିରେ ରଖି ଦେଶୀ ଗାଈମାନଙ୍କୁ “ରାଜ୍ୟମାତା ଗୋମାତା” ଘୋଷଣା କରିବାକୁ ଅନୁମୋଦନ ମିଳିଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ଦେଶୀ ଗାଈ ଆମ କୃଷକମାନଙ୍କ ପାଇଁ ଏକ ବରଦାନ, ତେଣୁ ଆମେ ତାଙ୍କୁ ଏହି ମାନ୍ୟତା (ରାଜ୍ୟମାତା) ଦେବାକୁ ନିଷ୍ପତ୍ତି ନେଇଛୁ। ଦେଶୀ ଗାଈମାନଙ୍କ ରକ୍ଷଣାବେକ୍ଷଣ ଓ ଖାଦ୍ୟ ପାଇଁ ଆମେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..