ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ। ୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର। ୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ। ୧୫ ନଭେମ୍ବର କାର୍ତ୍ତିକ ବ୍ରତ ଶେଷ ସହ ବୋଇତ ଭସାଣ ହେବ। ଧବଳେଶ୍ଵରଙ୍କ ପୀଠରେ କାର୍ତ୍ତିକ ପଞ୍ଚକ ବ୍ରତ ଓ ବଡ଼ଓଷା ପାଇଁ କଟକ ଜିଲ୍ଲାପାଳ ଡି ସିନ୍ଧେ ଅଧ୍ୟକ୍ଷତାରେ ପ୍ରସ୍ତୁତି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏପରି ନିଷ୍ପତ୍ତି ହୋଇଛି। କାର୍ତ୍ତିକ ବ୍ରତ ଓ ବଡ଼ ଓଷା ପାଇଁ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼ ହେବ। ତେଣୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଶ୍ରଦ୍ଧାଳୁମାନଙ୍କ ଦର୍ଶନରେ ଯେମିତି କୌଣସି ଅସୁବିଧା ନ ହେବ, ସେଥିପାଇଁ ଧ୍ୟାନ ଦିଆଯିବ ବୋଲି ପ୍ରସ୍ତୁତ ବୈଠକରେ ନିଷ୍ପତ୍ତି ହୋଇଛି।
More Stories
ସ୍କୁଲ ଶିକ୍ଷାରେ ବଡ଼ ପରିବର୍ତ୍ତନ,୫ମ-୮ମ ରେ ଫେଲ୍ ହେଲେ ଫେଲ…..
ରାଜ୍ୟରେ ବସିବ ୩ ରାଡାର୍….
ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି……