ରିପୋର୍ଟ କାର୍ଡ / କଟକ
କଟକ ଗ୍ରାମାଞ୍ଚଳ ଏସପି ଭାବେ ଆଇପିଏସ ଅଧିକାରୀ ପ୍ରତୀକ ସିଂହ କାର୍ଯ୍ୟରେ ଯୋଗ ଦେଇଛନ୍ତି । କଟକ ଗ୍ରାମଞ୍ଚଳର ବିଦାୟୀ ଏସପି ଏଲ୍ ଦିବ୍ୟା ଭିଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ। ପୂର୍ବରୁ ସେ କଟକ ଓ ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରିଛନ୍ତି। ସେ କମିଶନରେଟ ପୋଲିସରେ କଟକ ଡ଼ିସିପି ଭାବେ ୨୦୨୦ ମସିହା ଜୁଲାଇ ୨୦ ତାରିଖରୁ ୨୦୨୨ ମସିହା ମେ ୪ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ। ପରେ ସେ ୨ ବର୍ଷ ୫ ମାସ ଧରି ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରି ଆସୁଥିଲେ। କଟକ ଜିଲ୍ଲାବାସୀଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇବା ତାଙ୍କର ପ୍ରଥମ କାର୍ଯ୍ୟ ହେବ ବୋଲି ପ୍ରତୀକ ସିଂ କହିଛନ୍ତି।






More Stories
ଘରେ ପହଞ୍ଚିବ ଇ-ଚାଲାଣ….
ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡାନିର୍ଦ୍ଦେଶ…..
ଆସିଲା ନୂଆ ଗାଇଡ୍ଲାଇନ୍…..