ରିପୋର୍ଟ କାର୍ଡ / କଟକ
କଟକ ଗ୍ରାମାଞ୍ଚଳ ଏସପି ଭାବେ ଆଇପିଏସ ଅଧିକାରୀ ପ୍ରତୀକ ସିଂହ କାର୍ଯ୍ୟରେ ଯୋଗ ଦେଇଛନ୍ତି । କଟକ ଗ୍ରାମଞ୍ଚଳର ବିଦାୟୀ ଏସପି ଏଲ୍ ଦିବ୍ୟା ଭିଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ। ପୂର୍ବରୁ ସେ କଟକ ଓ ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରିଛନ୍ତି। ସେ କମିଶନରେଟ ପୋଲିସରେ କଟକ ଡ଼ିସିପି ଭାବେ ୨୦୨୦ ମସିହା ଜୁଲାଇ ୨୦ ତାରିଖରୁ ୨୦୨୨ ମସିହା ମେ ୪ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ। ପରେ ସେ ୨ ବର୍ଷ ୫ ମାସ ଧରି ଭୁବନେଶ୍ୱର ଡ଼ିସିପି ଭାବେ କାର୍ଯ୍ୟ କରି ଆସୁଥିଲେ। କଟକ ଜିଲ୍ଲାବାସୀଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇବା ତାଙ୍କର ପ୍ରଥମ କାର୍ଯ୍ୟ ହେବ ବୋଲି ପ୍ରତୀକ ସିଂ କହିଛନ୍ତି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..