ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ ଏବଂ କାନାଡା ମଧ୍ୟରେ କୁଟନୈତିକ ବିବାଦ ଲାଗିରହିଥିବାବେଳେ ଭାରତକୁ ବିଶ୍ଵସ୍ତରରେ ନିନ୍ଦିତ କରିବା ଲାଗି ଉଦ୍ୟମ ହୋଇଛି। ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁ ପୂର୍ବରୁ ଅନେକ ଥର ଭାରତ ବିରୋଧୀ ମନ୍ତବ୍ୟ ଦେଇଆସିଥିବାବେଳେ ଏବେ ପୁନର୍ବାର କାନାଡାର ଜାତୀୟ ଟେଲିଭିଜନରେ ଭାରତକୁ ଖୋଲାଖୋଲି ଧମକ ଦେଇଛି। ମୋଦୀ ସରକାର ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ପକ୍ଷପାତୀ ବୋଲି ପନ୍ନୁ କହିବା ସହିତ ଭାରତ ଭିତରେ ପଞ୍ଜବା ସହିତ ଅନ୍ୟ ରାଜ୍ୟରେ ଖଲିସ୍ତାନୀ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ ବୋଲି ଚେତାବନୀ ଦେଇଛନ୍ତି। ୨୦୧୩ ଜୁନରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରକୁ ହତ୍ୟା ଘଟଣାରେ କାନାଡା ଭାରତ ସରକାରଙ୍କ ସମ୍ପୃକ୍ତି ଥିବା ପୂର୍ବରୁ ଅଭିଯୋଗ କରିଥିଲା। ଏବେ ଗତ ମଙ୍ଗଳବାର ପୂନର୍ବାର କାନାଡା ସରକାର ସମାନ ଅଭିଯୋଗ ଆଣିବା ପରେ ଦୁଇଦେଶ ମଧ୍ୟରେ କୁଟନୈତିକ ବିବାଦ ଆରମ୍ଭ ହୋଇଛି। ଭାରତ କାନାଡାରେ ଅବସ୍ଥାପିତ ସମସ୍ତ କୁଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିନେବା ସହିତ ଏଠାରେ ଥିବା କାନାଡାର ୬ କୁଟନୀତିଜ୍ଞଙ୍କୁ ଦେଶଛାଡ଼ି ଚାଲିଯିବାକୁ କହିଛି। ଏହା ମଧ୍ୟରେ କାନାଡାର ଜାତୀୟ ଟେଲିଭିଜନ ଚ୍ୟାନେଲରେ ପନ୍ନୁକୁ ଆମନ୍ତ୍ରିତ କରାଯିବା ସହିତ ଭାରତ ବିରୋଧୀ ମନ୍ତବ୍ୟକୁ ଭାରତ ବିରୋଧୀ ମନ୍ତବ୍ୟକୁ ପ୍ରୋତ୍ସାହନ ଦିଆଯିବା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ତିକ୍ତ କରିଛି।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….