ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ଖୁବଶୀଘ୍ର ଆଇନ ସମୀକ୍ଷା ଆୟୋଗ( ଲ’ ରିଭିଜନ କମିଶନ) ଗଠନ କରିବେ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ମାସେ ଦେଢ଼ମାସ ମଧ୍ୟରେ ଲ’ ରିଭିଜନ କମିଶନ ଗଠନ ହେବ । ଯେଉଁ ଆଇନଗୁଡ଼ିକ ଅପ୍ରାସଙ୍ଗିକ ଓ ଅଦରକାରୀ ହୋଇପଡ଼ିଛି ତା’ର ସମୀକ୍ଷା ହେବା ଦରକାର । ସେଥିପାଇଁ ଲ’ ରିଭିଜନ କମିଶନ ଗଠନ ହେବାର ଆବଶ୍ୟକତା ଅନୁଭୂତ ହୋଇଛି । ଯେଉଁ ଆଇନ ଉପରେ ସରକାର ଚାଲେ ସେସବୁ ଆଇନଗୁଡ଼ିକର ନବୀକରଣ ଓ ସୁଧାର କରାଯାଇ ସାଧାରଣ ଲୋକଙ୍କ ପାଇଁ ଉପଯୋଗ କରାଯିବା ନିମନ୍ତେ କମିଶନ ନିଜର ମତ ଦେବେ । ସେହିପରି ରାଜ୍ୟ ସୂଚନା ଅଧିକାର ଆଇନ-୨୦୦୫କୁ ମଧ୍ୟ ଅଧିକ ସଶକ୍ତ କରାଯିବ । ଦରକାର ପଡ଼ିଲେ ଆଇନରେ ଆବଶ୍ୟକ ସଂଶୋଧନ କରାଯିବ । ସରକାରଙ୍କୁ ଭୁଲ୍ ଠିକ୍ ବିଷୟରେ ସୂଚେଇ ଦେବା କାମ ହେଉଛି ସୂଚନା ଅଧିକାର କର୍ମୀମାନଙ୍କର । ତେଣୁ ରାଜ୍ୟରେ ସେମାନଙ୍କ ନାଁରେ ଥିବା ମାମଲାର ପୁନର୍ବିଚାର ରାଜ୍ୟ ସରକାର କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି ।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..