ରିପୋର୍ଟ କାର୍ଡ / କଟକ
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ନିମନ୍ତେ ଫର୍ମପୂରଣ ନଭେମ୍ବର ୩ରୁ ଅନୁଷ୍ଠିତ ହେବ। ରେଗୁଲାର ଓ ଏକ୍ସ-ରେଗୁଲାର ବିଦ୍ୟାର୍ଥୀମାନେ ନଭେମ୍ବର ୩ରୁ ୧୮ ତାରିଖ ରାତି ୧୧.୪୫ ପର୍ଯ୍ୟନ୍ତ ଅନ୍ଲାଇନ୍ ଯୋଗେ ଫର୍ମପୂରଣ କରିବେ। ଫର୍ମ ପୂରଣ ସଂକ୍ରାନ୍ତରେ ଅନ୍ଲାଇନ୍ ଲିଙ୍କ୍ ଓ ସମସ୍ତ ନିର୍ଦେଶାବଳୀ ବୋର୍ଡ ୱେବସାଇଟ୍ (www.bseodisha.ac.in)ରେ ଉପଲବ୍ଧ ହେବ। କରେସପଣ୍ଡେଣ୍ଟ କୋର୍ସ (ପତ୍ର ବିନିମୟ ପାଠ୍ୟକ୍ରମ)ରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପସଚିବଙ୍କ ଦ୍ବାରା ଅଫ୍ଲାଇନ୍ରେ ଫର୍ମପୂରଣ କରିବେ। ଏ ସଂକ୍ରାନ୍ତରେ ଶୁକ୍ରବାର ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
More Stories
ମହାକାଶରେ ଗଜା ହେଲା ଝୁଡ଼ଙ୍ଗ ମଞ୍ଜି……
ଜେଲ ଯିବେକି ଟ୍ରମ୍ପ୍ !….
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ ସାହୁ……