ରିପୋର୍ଟ କାର୍ଡ / କଟକ
କଟକରେ ଥିବା ଏକ ମେଡିସିନ୍ ଫାର୍ମ ଉପରେ ରାତି ଅଧିଆ ଚଢ଼ାଉ ହୋଇଛି । ଚଢ଼ାଉ ସମୟରେ ପୁଳା ପୁଳା ବେଆଇନ୍ କଫ ସିରପ୍ ଜବତ କରିଛି କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗ।ଗତକାଲି ରାତିରେ କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡ଼ିସିନ ଫାର୍ମ ଉପରେ ଏହି ଚଢାଇ ହୋଇଥିଲା। ବେଆଇନ୍ ଔଷଧ କିଣିବା, ବିକ୍ରି ଓ ଗଛିତ ରଖିବା ଅଭିଯୋଗରେ ଶଙ୍ଖତ୍ରାସ ଅଞ୍ଚଳର କ୍ରିଷ୍ଣା ମେଡ଼ିସିନ୍ ଫାର୍ମର ମାଲିକ ଜୟରାମ ସାହୁ ଓ ସହଯୋଗୀ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଫାର୍ମରୁ ୩୨ ପ୍ରକାରର ବେଆଇନ୍ ଔଷଧ ସହ ବିପୁଳ ପରିମାଣର କଫ୍ ସିରପ ଜବତ୍ ହୋଇଛି। ଲାଇସେନ୍ସ ପ୍ରାପ୍ତ ମେଡ଼ିସିନ୍ ଫାର୍ମକୁ ସିଲ୍ କରିଦିଆଯାଇଛି। ବେଆଇନ୍ ଔଷଧ ସାମଗ୍ରୀ ଓ କଫ୍ ସିରପ ବିକ୍ରି ଅଭିଯୋଗ ପାଇ ଅବକାରୀ ବିଭାଗ ପକ୍ଷରୁ ପୂର୍ବରୁ ଖୋଳତାଡ ଚାଲିଥିଲା।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..