ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୁହୁଡ଼ି ହେଲା କାଳ। ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । ମୃତକଙ୍କ ମଧ୍ୟରେ ବରକନ୍ୟା ଥିବା ଜଣାଯାଇଛି। ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଉତ୍ତରପ୍ରଦେଶର ବିଜନୌରରେ ଆଜି ସକାଳେ ଘଟିଛି। ଦୁର୍ଘଟଣାରେ ଅଟୋ ଚାଳକଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ସେଥିରେ ଗୋଟିଏ ପରିବାରର ୬ ଜଣ ଅଛନ୍ତି। ପୂରା ପରିବାର ଝାଡ଼ଖଣ୍ଡରୁ ନିଜ ପୁଅ ବିବାହ ସାରି କନିଆ ଧରି ଫେରୁଥିଲେ। ପ୍ରଥମେ ସେମାନେ ଝାଡ଼ଖଣ୍ଡରୁ ଟ୍ରେନ୍ ଯୋଗେ ମୁରାଦାବାଦରେ ପହଞ୍ଚିଥିଲେ। ଏହାପରେ ଏକ ଅଟୋ ଯୋଗେ ଷ୍ଟେଶନରୁ ସେମାନେ ନିଜ ଗାଁ ତିବଡ଼ୀ ଫେରୁଥିଲେ। ଅଟୋଟି ଡେରାଡୁନ- ନୈନିତାଲ ଜାତୀୟ ରାଜପଥରେ ଯାଉଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ପିଟିଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟରେ ୪ ପୁରୁଷ, ୨ ମହିଳା ଓ ଜଣେ ନାବାଳିକା ଅଛନ୍ତି। ଏହି ଦୁର୍ଘଟଣା ଘଟାଇଥିବା କାର୍ ଚାଳକଙ୍କ ସମେତ ଦୁଇ ଜଣ ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……