Report Card Odisha

| Daily Odia News

ପଳାଶୁଣି ଛକରେ ମହିଳା ଉପରେ ମାଡ଼ିଗଲା ଟ୍ରକ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାପାର ହେବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌। ଭୁବନେଶ୍ୱର ସ୍ଥିତ ପଳାଶୁଣି ଛକରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ଆଜି ମହିଳା ଜଣଙ୍କ ପଳାଶୁଣି ଛକରେ ରାସ୍ତା ପାର ହେଉଥିଲେ। ଏହି ସମୟରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଫେରାର ହୋଇଯାଇଥିଲା। ମଞ୍ଚେଶ୍ୱର ଥାନା ପୋଲିସ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Breaking News