Report Card Odisha

| Daily Odia News

ବିଦ୍ୟାଭାରତୀ ଚାକିରିରୁ ନିଲମ୍ବିତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ବଡ଼ା ଝଟକା ଲାଗିଛି । ବିଦ୍ୟାଭାରତୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ପାରଳାଖେମୁଣ୍ଡି IIC ଓ SDJM କୋର୍ଟଙ୍କ ଚିଠି ଆଧାରରେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ଦ୍ଦେଶକ ତାଙ୍କୁ ନିଲମ୍ବିତ କରିଛନ୍ତି । ସୂଚନା ଅନୁସାରେ, କପ୍ତିପଦା ଶାଳଚୁଆ ପଶୁଧନ ସେବା କେନ୍ଦ୍ରରେ LI ଭାବେ କାର୍ଯ୍ୟରତ ଥିଲେ ବିଦ୍ୟାଭାରତୀ । ACF ସୌମ୍ୟ ମୃତ୍ୟୁ ଘଟଣାରେ ଗତ ୨ ତାରିଖରେ ଆତ୍ମସମର୍ପଣ କରିଥିଲେ । ବିଦ୍ୟାଭାରତୀ କୋର୍ଟରେ ଆତ୍ମସମର୍ପଣ କରିବା ଦିନଠାରୁ ନିଲମ୍ବନ ଆଦେଶ ଲାଗୁ ହୋଇଛି । ଆତ୍ମସମର୍ପଣ କରିବା ପରଠୁ କୋର୍ଟଙ୍କ ନିର୍ଦ୍ଦେଶରେ ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Breaking News