ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଆଉ ଏକ ଝଟକା ଲାଗିଛି। ଆମେରିକୀୟ ଅଦାଲତ ଅଦାନି ଗ୍ରୁପ୍ ଉପରେ ଦୁର୍ନୀତି ଅଭିଯୋଗ ଆଣିବା ପରେ କେନିଆ ସରକାର ଏହାର ପ୍ରକଳ୍ପକୁ ବାତିଲ କରିବାକୁ ଘୋଷଣା କରିଛନ୍ତି। ଆମେରିକାର ଏକ ଅଦାଲତ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ଅନ୍ୟ ଅଧିକାରୀମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ପରେ କେନିଆ ରାଷ୍ଟ୍ରପତି ୱିଲିୟମ ରୁଟୋ ଗୁରୁବାର ଭାରତର ଆଦାନୀ ଗ୍ରୁପ୍ ସହ ଜଡ଼ିତ ମୋଟ ୭୩୦ ନିୟୁତ ଡଲାର ମୂଲ୍ୟର ଦୁଇଟି ପ୍ରମୁଖ ପ୍ରକଳ୍ପକୁ ବାତିଲ କରିବାକୁ ଘୋଷଣା କରିଛନ୍ତି। ଏହି ଦୁଇଟି ପ୍ରକଳ୍ପ ହେଉଛି ନାଇରୋବିରେ ପ୍ରସ୍ତାବିତ ଏୟାରପୋର୍ଟ ପ୍ରକଳ୍ପ ଓ ଅନ୍ୟଟି ହେଉଛି ଏକ ଶକ୍ତି ପ୍ରକଳ୍ପ ।
ଆମେରିକା ସରକାରଙ୍କ ଅଭିଯୋଗ ଅନୁସାରେ ଏକ ସୌର ଶକ୍ତି କଣ୍ଟ୍ରାକ୍ଟ ଜିତିବା ପାଇଁ ସେ ଭାରତ ସରକାରଙ୍କ ଅଧିକାରୀମାନଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଭାରତରେ ସୌର ଚୁକ୍ତି ଜିତିବା ପାଇଁ କମ୍ପାନିକୁ ସୁହାଇଲା ପରି ସର୍ତ୍ତ ବଦଳରେ ଭାରତୀୟ ଅଧିକାରୀମାନଙ୍କୁ ୨୬୫ ନିୟୁତ ଡଲାର (ପାଖାପାଖି ୨୨୦୦ କୋଟି ଟଙ୍କା) ଲାଞ୍ଚ ଦେଇଥିବା ଅଭିଯୋଗରେ ବ୍ୟବସାୟୀ ଗୌତମ ଆଦାନିଙ୍କ ବିରୋଧରେ ଆମେରିକାର ଏକ ଅଦାଲତ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ମହଙ୍ଗା ସୌର ଶକ୍ତି କିଣିବା ପାଇଁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..