Report Card Odisha

| Daily Odia News

ବିଧାସନଭାରେ ଚାଷୀ ଓ ଧାନମଣ୍ଡି ପ୍ରସଙ୍ଗରେ ହଟ୍ଟଗୋଳ

ବିଧାନସଭାର ଦ୍ୱିତୀୟ ଦିନରେ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ସୁରୁଖୁରେ ଚାଲି ପାରୁନି ପ୍ରଶ୍ନକାଳ ।  ଚାଷୀଙ୍କ ସମସ୍ୟା ସହ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହୋହାଲ୍କା ଓ ନାରାବାଜି ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନେ ପ୍ରତିବାଦ କରିଛନ୍ତି । ବିଜେପି ସଦସ୍ୟମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ଗାଉନ ପିନ୍ଧି ଗୃହ ମଧ୍ୟ ଭାଗରେ ନାରାବାଜି କରିଥିଲେ । ଗୃହରେ ହଟ୍ଟଗୋଳକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି ଯେ ମଣ୍ଡିରେ ଧାନ ପଡ଼ିରହିଥିବା ବେଳେ ଧାନ ଉଠୁନି । କେତେବେଳେ ଟୋକନ କଥା କହୁଛନ୍ତି ତ କେତେବେଳେ ଦଳୀୟ .ନେତା ନିଷ୍ପତ୍ତି ନେଉଛନ୍ତି । ସେଥିପାଇଁ ଧାନ ଉଠୁନି । ବିଜେପିର ଦାବି ଅବିଳମ୍ବେ ଧାନ ଉଠାଯାଉ ।

ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ । ଦିନରେ ଆଖିରେ ଆଙ୍ଗୁଠି ଗେଞ୍ଜି ସତକୁ ମିଛ, ମିଛକୁ ସତ କରୁଛି ବିଜେଡି ବୋଲି ସେ ଅଭିଯୋଗ କରିଛନ୍ତି । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ମଣ୍ଡିରୁ ସବୁ ଧାନ ନଉଠିଲା ପର୍ଯ୍ୟନ୍ତ ଗୃହ ଚଳେଇଦେବୁନି । ଏହାଫଳରେ ବାଚସ୍ପତି ବାଧ୍ୟହୋଇ ଗୃହ କାର୍ଯ୍ୟକୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେଲା ମାତ୍ରା ହଟ୍ଟଗୋଳ ହୋଇଥିଲା । ଗୃହକାର୍ଯ୍ୟକୁ ପୁଣି ଅପରାହ୍ନ 4 ଟା ଯାଏ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଅପରପକ୍ଷରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ପ୍ରଶ୍ନକାଳକୁ ବାତିଲ କରିବା ଠିକ ନୁହେଁ । ଏହି ପ୍ରସଙ୍ଗକୁ ବିଧାନସଭାର ଅଲଗା ଫୋରମରେ ଉଠାଇବାର ସୁଯୋଗ ରହିଛି ।

Breaking News