ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଜିତିଲେ ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କୁ ହରାଇ ଭାଜପାର ୩୫ ବର୍ଷର ଗଡ଼କୁ ଭାଙ୍ଗିଛନ୍ତି। ପୋଷ୍ଟାଲ ବାଲାଟ ଗଣନାରୁ ହିଁ ସେ ଅଗ୍ରଣୀ ରହିଥିଲେ। ଅନ୍ତିମ ଫଳାଫଳ ଅନୁଯାୟୀ, ପ୍ରଶାନ୍ତ କିଶୋର ୬୩,୨୦୩ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କୁ ୧୮,୯୫୩ ଭୋଟରେ ପରାସ୍ତ କରିଛନ୍ତି। ନୀରଜ ସିହ୍ନା ୪୪,୨୫୦ ଭୋଟ ପାଇଥିବା ବେଳେ ଆରଜେଡି ପ୍ରାର୍ଥୀ ରେଖା ଗୁପ୍ତା ୧୪,୦୮୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।






More Stories
ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲା ଶୁଣାଣି…..
ୟୁପିଆଇ ଶୁଳ୍କ ନିଷ୍ପତ୍ତି ପ୍ରତ୍ୟାହାର ହେବ ନାହିଁ…..
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି…..