ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ସିବିଆଇର ୮ଜଣିଆ ଟିମ ବିଷ୍ଣୁପଦଙ୍କ ସରକାରୀ କ୍ୱାଟର୍ସରେ ପହଞ୍ଚି ଚଢ଼ାଉ ଜାରି ରଖିଛନ୍ତି। ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଲିଙ୍କକୁ ନେଇ ସିବିଆଇ ଖୋଳତାଡ଼ କରୁଛି। ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ପହଞ୍ଚିବା ପରେ ସିବିଆଇର ୮ଜଣିଆ ଟିମ ସହିତ କଥା କଟାକଟି ହୋଇଥିଲା। ଏପରିକି ସିବିଆଇ ଅଧିକାରୀଙ୍କୁ ବିଷ୍ଣୁପଦ ସେଠୀ ଠିକ ଭାବେ ବ୍ୟବହାର କରିନଥିବା ଅଭିଯୋଗ ହୋଇଛି। ପରବର୍ତ୍ତି ସମୟରେ ବିଷ୍ଣୁପଦ ସେଠୀଙ୍କ ସହିତ ସିବିଆଇର ୮ ଜଣିଆ ଟିମ ଆଲୋଚନା କରିଥିଲେ ଏବଂ ଚଢ଼ାଉ ପାଇଁ କ୍ୱାର୍ଟର୍ସରେ ଭିତରକୁ ପ୍ରବେଶ କରିଥିଲେ। ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ସିବିଆଇର ୮ ଜଣିଆ ଟିମ ଅନ୍ୟାୟ ଭାବେ ମୋ ସରକାରୀ କ୍ୱାର୍ଟର୍ସରେ ପ୍ରବଶ କରିଛନ୍ତି। ମୋର ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କୋ. (ଇଣ୍ଡିଆ) ଏଲ୍ଟିଡିର ଗ୍ରୁପ୍ କିମ୍ବା ଏହାର ଜେନେରାଲ ମ୍ୟାନେଜର ଚଞ୍ଚଳ କୁମାର ମୂଖାର୍ଜୀ ଓ ଅନ୍ୟମାନଙ୍କ ସହ କୌଣସି ଲିଙ୍କ ନାହିଁ। ମୋ ନାମରେ ଯେହେତୁ ମାମଲା ନାହିଁ, ଯେକୌଣସି ତଦନ୍ତ ସେମାନେ ନିରପେକ୍ଷ ଭାବେ କରିପାରିବେ ବୋଲି ବିଷ୍ଣୁପଦ ସେଠୀ ପ୍ରକାଶ କରିଥିଲେ।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..