ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେରଳ କ୍ୟାଡରର ପୂର୍ବତନ ଆଇଏଏସ୍ ଜ୍ଞାନେଶ କୁମାରଙ୍କୁ ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ସୋମବାର ନିଯୁକ୍ତି ଦିଆଯାଇଛି। ଜ୍ଞାନେଶ ଏବେ ନିର୍ବାଚନ ଆୟୁକ୍ତ ଥିବାବେଳେ ତାଙ୍କୁ ସିଇସି ଭାବେ ପଦୋନ୍ନତି ଦିଆଯାଇଛି। ସେହିପରି ୧୯୮୯ ବ୍ୟାଚ୍ ହରିୟାଣା କ୍ୟାଡର ଆଇଏଏସ୍ ବିବେକ ଯୋଶୀଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ସିଇସି ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ତେଣୁ ରାଜୀବ କୁମାରଙ୍କ ଠାରୁ ନୂଆ ସିଇସି ଭାବେ ଜ୍ଞାନେଶ ଦାୟିତ୍ଵ ଗ୍ରହଣ କରିବେ। ସେ ୨୦୨୯ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ଵ ନିର୍ବାହ କରିବେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….