ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅପରେଶନ ସିନ୍ଦୂର ବେଳେ ପାକିସ୍ତାନୀ ସେନାର ସେଲ୍ ମାଡ଼ରେ ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲାରେ ଅନାଥ ହୋଇଥିବା ୨୨ ଜଣ ପିଲାଙ୍କୁ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୋଷ୍ୟ ଭାବେ ଗ୍ରହଣ କରିବେ। ଏହି ପିଲାମାନେ ପାକିସ୍ତାନୀ ସେଲ୍ ମାଡ଼ରେ ସେମାନଙ୍କ ମା’ବାପାଙ୍କୁ ହରାଇଥିବା ଜମ୍ମୁ-କଶ୍ମୀର କଂଗ୍ରେସର ମୁଖ୍ୟ ମୁଖପାତ୍ର ରବୀନ୍ଦ୍ର ଶର୍ମା କହିଛନ୍ତି। ରାହୁଲ ଉକ୍ତ ପିଲାମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ। ମେ’ ୭ରେ ଅପରେଶନ ସିନ୍ଦୂର ଆରମ୍ଭ ହୋଇଥିବା ବେଳେ ପାକିସ୍ତାନୀ ସେନା ୪ ଦିନ ଧରି ଜୋର୍ଦାର ସେଲ୍ ମାଡ଼ କରିଥିଲା। ଏଥିରେ ସୀମାନ୍ତ ଜିଲା ପୁଞ୍ଚ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଆକ୍ରମଣରେ ୧୩ ଜଣ ସାଧାରଣ ଲୋକ ପ୍ରାଣ ହରାଇବା ସହ ୭୫ ଜଣ ଆହତ ହୋଇଥିଲେ ଏବଂ ଶତାଧିକ ଘର ଧ୍ୱଂସ ହୋଇଥିଲା।






More Stories
ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବିତାଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ……
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..