ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ ଅଧିକାରୀ କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ବିଭିନ୍ନ ରାଜ୍ୟ କ୍ୟାଡରରୁ ମୋଟ ୩୫ ଜଣ ଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀଙ୍କୁ କେନ୍ଦ୍ରୀୟ ପଦବୀ ପାଇଁ ମନୋନୀତ କରିଛି, ଯେଉଁଥିରେ ଓଡ଼ିଶାର ଦୁଇ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ଓଡ଼ିଶା କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ ଆର.ପି. କୋଚେ (୧୯୯୩ ବ୍ୟାଚ) ଏବଂ ଯଶୱନ୍ତ କୁମାର ଜେଠୱା (୧୯୯୪ ବ୍ୟାଚ) କେନ୍ଦ୍ରରେ ପଦବୀ ଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ଉଭୟ କୋଚେ ଓ ଜେଠୱା କେନ୍ଦ୍ରରେ ମହାନିର୍ଦେଶକ (ଡିଜି) କିମ୍ବା ତତସମାନ ପଦବୀ ପାଇଁ ମନୋନୀତ ହୋଇଛନ୍ତି। ବର୍ତ୍ତମାନ ଆର.ପି. କୋଚେ ଓଡ଼ିଶାରେ ଗୋଇନ୍ଦା ନିର୍ଦେଶକ ଭାବେ ଏବଂ ଯଶୱନ୍ତ ଜେଠୱା ଭିଜିଲାନ୍ସ ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….