Report Card Odisha

| Daily Odia News

୧୬ବର୍ଷରୁ କମ୍ ବୟସ ପିଲାଙ୍କୁ ୟୁଟ୍ୟୁବ୍ ବ୍ୟବହାର ମନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଷ୍ଟ୍ରେଲିଆ ସରକାର ଦେଶର ୧୬ବର୍ଷରୁ କମ୍ ବୟସର ପିଲାଙ୍କୁ ୟୁଟ୍ୟୁବ୍‌ ଚାନେଲ ଖୋଲିବାକୁ ବାରଣ କରିଛନ୍ତି। ଆସନ୍ତା ଡିସେମ୍ବରରୁ ଏହି କଟକଣା ଲାଗୁ ହେବ। ପୂର୍ବରୁ ଏହି କଟକଣା ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ଯଥା ଇନଷ୍ଟାଗ୍ରାମ୍‌, ଟ୍ବିଟର, ଫେସ୍‌ବୁକ, ଟିକ୍‌ଟକ୍‌, ସ୍ନାପଚାଟ କ୍ଷେତ୍ରରେ ଲାଗୁ ହୋଇସାରିଛି। କର୍ତ୍ତୃପକ୍ଷ କହିଛନ୍ତି ଯେ ୟୁଟ୍ୟୁବ୍ ଏକ ଭିଡିଓ ପ୍ଲାଟଫର୍ମ ହୋଇଥିବାରୁ ପିଲାମାନେ ଅନେକ ସମୟରେ ବିପଜ୍ଜନକ ବିଷୟବସ୍ତୁ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ ସେମାନଙ୍କୁ ନିଜସ୍ବ ଆକାଉଣ୍ଟ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଅନ୍ୟପଟେ ନାବାଳକମାନେ ୟୁଟ୍ୟୁବ୍‌ର ଭିଡିଓ ଦେଖିବାରେ କୌଣସି କଟକଣା ରହିବ ନାହିଁ। ପିଲାମାନଙ୍କୁ ଅନଲାଇନରେ ଉପଲବ୍ଧ କ୍ଷତିକାରକ ବିଷୟବସ୍ତୁ ଓ ମାନସିକ ବିଷାଦ ସମ୍ପର୍କିତ ଭିଡିଓରୁ ଦୂରେଇ ରଖିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି।

Breaking News