ରିପୋର୍ଟ କାର୍ଡ / କେନ୍ଦ୍ରାପଡା
ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଗତ ମେ’ ୧ରୁ ଦୀର୍ଘ ୩ ମାସ ଧରି ଆଜି ପର୍ଯ୍ୟନ୍ତ ଏହି ଜାତୀୟ ଉଦ୍ୟାନ ବନ୍ଦ ରହିଛି । ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିବାବେଳେ ଆସନ୍ତାକାଲିଠାରୁ ପର୍ଯ୍ୟଟକମାନେ ଭିତରକନିକା ବୁଲି ଏହାର ମଜା ନେଇପାରିବେ। ଏଠାରେ ଥିବା ସଂଗ୍ରହାଳୟ ନୂତନ ଭାବେ ନିର୍ମାଣ କରାଯାଇଛି । ପର୍ଯ୍ୟଟକମାନେ ଏହି ଆକର୍ଷଣୀୟ ସଂଗ୍ରହାଳୟ ବୁଲି ଭିତରକନିକାର ଐତିହ୍ୟ, ବନ୍ୟଜନ୍ତୁ ଓ ପକ୍ଷୀମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିବେ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….