ରିପୋର୍ଟ କାର୍ଡ / ପୁରୀ
ପୁଣି ଶ୍ରୀଜଗନ୍ନାଥ ମନ୍ଦିର ପରିସରରୁ ଫଟୋ ଭାଇରାଲ। ମହାରାଷ୍ଟ୍ର ଭକ୍ତ ଵୈଭବ ଦୁରେ ପାଟିଲ ଏହି ଫଟୋ ଭାଇରାଲ କରିଥିବା ଜଣାପଡିଛି। ମନ୍ଦିର ପରିସରରେ ଥିବା ଛାତ ଉପରେ ଛିଡାହୋଇ ଫଟୋ ଉଠାଇଥିବା ସୂଚନା ମିଳିଛି। ଫଟୋକୁ ସେ ଇନଷ୍ଟାଗ୍ରାମ ସାଇଚରେ ପୋଷ୍ଟ କରିଛନ୍ତି। ତେବେ କେମିତି ଓ କିପରି ମୋବାଇଲ କିମ୍ବା କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ ଯୁବକ ଜଣଙ୍କ, ତାକୁ ନେଇ ଉଠିଲା ପ୍ରଶ୍ନ । ବାରମ୍ବାର ବାରଣ ସତ୍ୱେ ଏପରି ତ୍ରୁଟି କିପରି ହେଉଛି, ତାକୁ ନେଇ ଉଠୁଛି ପ୍ରଶ୍ନ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..