ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଶିଖର ଧଓ୍ବନ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ) ସ୍କାନରରେ ରହିଛନ୍ତି। ଗୁରୁବାର ଇଡି ପକ୍ଷରୁ ଧଓ୍ବନଙ୍କୁ ପଚରାଉଚରା କରାଯିବା ଲାଗି ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି। ଅନଲାଇନ ବେଟିଂ ଆପ୍ ସହିତ ମାମଲା ଜଡ଼ିତ ରହିଛି। ଧଓ୍ବନ 1XBet ଆପ୍ ପ୍ରମୋସନ କରିଥିବାରୁ ଇଡି ତାଙ୍କୁ ଯାଞ୍ଚ ତାଲିକାରେ ସାମିଲ କରିତିଲା। ପୂର୍ବରୁ କ୍ରିକେଟର ସୁରେଶ ରାଇନାଙ୍କୁ ବି ଇଡି ପକ୍ଷରୁ ଜେରା କରାଯାଇଥିଲା। ସୂଚନା ଅନୁସାରେ, ୨୦୨୪ ଡିସେମ୍ବରରେ 1XBet ସୁରେଶ ରାଇନାଙ୍କୁ ନିଜର ଗେମିଂ ଆମ୍ବା ସାଡାର ଭାବେ ନିଯୁକ୍ତ କରିଥିଲା। କମ୍ପାନୀ ସେତେବେଳେ କହିଥିଲା ଯେ, ସୁରେଶ ରାଇନାଙ୍କ ସହିତ ଆମର ସମ୍ପର୍କ ସ୍ପୋର୍ଟ୍ସ ବେଟିଂର ପ୍ରଶଂସକମାନଙ୍କୁ ବେଟିଂ ପାଇଁ ପ୍ରୋତ୍ସାହିତ କରିବ। ତେଣୁ ତାଙ୍କ ଭୂମିକାକୁ ଦାୟିତ୍ଵବାନ ଗେମିଂ ଆମ୍ବାସାଡର ଭାବେ ବର୍ଣ୍ଣନା କରାଯାଇଥିଲା। ରାଇନା ଆମ ବ୍ରାଣ୍ଡର ଏପରି ପ୍ରଥମ ଆମ୍ବାସାଡର ବୋଲି କମ୍ପାନୀ କହିଥିଲା। ସେହି ଆଧାରରେ ଇଡି ପକ୍ଷରୁ ରାଇନାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା।






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..