ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଏବଂ ତାଙ୍କ ଅଧିକାରୀଙ୍କ ନିରନ୍ତର ବୟାନ ଭାରତ ସହିତ ସମ୍ପର୍କକୁ ଆହୁରି ଖରାପ କରୁଛି । ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ସେ ଭାରତ ଏବଂ ରୁଷକୁ ହରାଇ ସାରିଛନ୍ତି । ଏହାସହିତ ସେ କ୍ୱାଡ ବୈଠକରେ ଯୋଗଦେବା ପାଇଁ ଭାରତ ଆସିବାର ଥିଲା, କିନ୍ତୁ ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କର ଏପରି କୌଣସି ଯୋଜନା ନାହିଁ । ଏହି ସମୟରେ ଏବେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏବେ ସେ ଏଥିରେ ଯୋଗ ଦେବେ ନାହିଁ । ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଏହି ଅଧିବେଶନରେ ଯୋଗ ଦେବେ ।ଭାରତ ଓ ଆମେରିକା ସମ୍ପର୍କରେ ତିକ୍ତତା ଆସିବା ସମୟରେ ଭାରତ ଏହି ନିଷ୍ପତ୍ତି ନେଇଛି । ୟୁକ୍ରେନ ଯୁଦ୍ଧ ସମୟରେ ରୁଷରୁ ତେଲ କିଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଲଗାଇଥିଲେ, ଆଉ ୨୫ପ୍ରତିଶତ ଅତିରିକ୍ତ ଶୁଳ୍କ ସହିତ ଭାରତ ଉପରେ ମୋଟ ଶୁଳ୍କ ୫୦ପ୍ରତିଶତ ଶୁଳ୍କ ଲାଗୁ ହୋଇଛି । ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପକ ଖରାପ ହେବାରେ ଲାଗିଛି ।
More Stories
ଭିଜିଲାନ୍ସ ଜାଲରେ ରେଂଜର……
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..