ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ବୁଧବାର ସୁଭଦ୍ରା ସମୀକ୍ଷା ବୈଠକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି। ଏପରିକି ସମୀକ୍ଷା ବୈଠକରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରାଯିବ ସମ୍ପର୍କରେ ଆଲୋଚନା ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି |ଅନ୍ୟପକ୍ଷେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କ ତଥ୍ୟ ଦେବାକୁ ୩ ବିଭାଗ ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ବାସ୍ଥ୍ୟ ବିଭାଗକୁ ତଥ୍ୟ ମଗାଯାଇଥିଲା। ବାଣିଜ୍ୟ ଓ ପରିବହନ ବିଭାଗକୁ ହିତାଧିକାରୀଙ୍କ ୪ ଚକିଆ ତଥ୍ୟ ମଗାଯାଇଥିବା ବେଳେ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଛି। ଏପରି କି ଧାନ ବିକ୍ରି ତଥ୍ୟ ନେଇ ଖାଦ୍ୟ ଓ ଯୋଗାଣ ବିଭାଗକୁ ମଗାଯାଇଛି। ସମ୍ପୃକ୍ତ ୩ ବିଭାଗର ରିପୋର୍ଟ ଆଧାରରେ ସୁଭଦ୍ରା ସମୀକ୍ଷା ବୈଠକ ବସିବ। ବାଦ ପଡିଥିବା ହିତାଧିକାରୀଙ୍କୁ ଯୋଡ଼ିବା ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା କହିଛନ୍ତି।






More Stories
ଭୁବନେଶ୍ୱରରେ ଭାରତୀୟ ସ୍ଥଳସେନା ମୁଖ୍ୟ…..
ମଦ ଦୋକାନ ପାଇଁ ହେବ ଲଟେରୀ….
ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..