ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳରେ ସରକାରର ପତନ ଘଟିଛି। ହେଲେ ହିଂସା, ଉତ୍ତେଜନା ଥମୁନାହିଁ। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବା ସତ୍ବେ ଜନତାଙ୍କ ଆକ୍ରୋଶ କମିନାହିଁ। ଉତ୍ତ୍ୟକ୍ତ ଲୋକେ ମନ୍ତ୍ରୀ ନେତାଙ୍କ ଘର ସମେତ ସରକାରୀ ଅନୁଷ୍ଠାନକୁ ଜାଳି ଦେଉଛନ୍ତି। ଲୋକମାନେ କାଠମାଣ୍ଡୁରେ ଥିବା ସୁପ୍ରିମକୋର୍ଟରେ ନିଆଁ ଲଗାଇ ଦେଇଥିବାବେଳେ ଅର୍ଥମନ୍ତ୍ରୀଙ୍କୁ ରାସ୍ତାରେ ଫୁଟବଲ ପରି ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାର ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ନେପାଳ ଅର୍ଥମନ୍ତ୍ରୀ ଏକ ଗଳି ରାସ୍ତାରେ ଲୁଚି ପଳାଉଥିବା ସମୟରେ ଲୋକମାନେ ତାଙ୍କୁ ଘେରି ଯାଇଛନ୍ତି। ଲୋକଙ୍କୁ ଠେଲି ଅର୍ଥମନ୍ତ୍ରୀ ଚାଲିଯାଉଥିବା ବେଲେ ଲୋକେ ତାଙ୍କୁ ବିଧା ଗୋଇଠା ମାରି ଚାଲିଛନ୍ତି। ସରକାରଙ୍କ ବିରୋଧରେ ଲୋକେ କେତେ ମାତ୍ରାରେ ଉତ୍ତ୍ୟକ୍ତ ହୋଇଛନ୍ତି ତାହା ଏହି ଭିଡିଓରୁ ଦେଖିବାକୁ ମିଳିଛି।






More Stories
ମୋଦିଙ୍କ ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ!…..
ନେପାଳ ବନ୍ୟା;ମାଟିତଳୁ ଜୀବନ ଖୋଜା…..
ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ…..