ରିପୋର୍ଟ କାର୍ଡ / ଭୁବନେଶ୍ୱର
ଯାଆଁଳା ଫାଣ୍ଡି ପରିସରରେ କାର୍ ଭିତରୁ ମିଳିଥିବା ମହିଳାଙ୍କ କଙ୍କାଳ ଚିହ୍ନିବା ପାଇଁ ଡିଏନ୍ଏ ଟେଷ୍ଟ୍ କରାଯିବ। ଆଜି ଶରୀରର ଅଂଶବିଶେଷ ଦାନ୍ତ, ହାଡ଼ର କିଛି ଅଂଶ, ନଖ ଓ ଚୁଟି ସଂଗ୍ରହ କରାଯାଇ ଡିଏନ୍ଏ ଟେଷ୍ଟ ପାଇଁ ଫୋରେନସିକ୍ ଲ୍ୟାବ୍କୁ ପଠାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ମହିଳା ଥାନାର ଜଣେ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି। ଗତକାଲି ଆସିଥିଲା ପୋଷ୍ଟମର୍ଟମ ରିପୋର୍ଟ । ମୃତକ ଜଣେ ମହିଳା ବୋଲି ସ୍ପଷ୍ଟ ହୋଇଥିବା ବେଳେ ତାଙ୍କର ବୟସ ପାଖପାଖି ୪୦ ରୁ ୪୫ ବର୍ଷ ହେବ । ସମ୍ବେଦନଶୀଳ ମାମଲା ହୋଇଥିବାରୁ ଗୁରୁତ୍ୱ ସହ ନେଇଛି କମିଶନରେଟ ପୋଲିସ । ମହିଳାଙ୍କ ପରିଚୟ ଓ ମୃତ୍ୟୁର କାରଣ ଜାଣିବା ଉପରେ ଫୋକସ କରିଛି ପୋଲିସ । ତାଙ୍କର ସ୍କେଚ୍ ଜାରି କରାଯିବ ବୋଲି ସୂଚନା ମିଳିଛି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..