ରିପୋର୍ଟ କାର୍ଡ / ମୁମ୍ବଇ
ବିଗ୍ ‘ବି’ ଅମିତାଭ ବଚ୍ଚନ ପୁନର୍ବାର ହସପିଟାଲରେ ଭର୍ତ୍ତି ହୋଇଛନ୍ତି।କିନ୍ତୁ ତାଙ୍କର ସେଭଳି କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନାହିଁ । ତାଙ୍କ ଚକ୍ଷୁରେ ଦ୍ୱିତୀୟ ଥର ପାଇଁ ଅସ୍ତ୍ରୋପଚାର କରାଯାଇଛି। ପୂର୍ବରୁ ଥରେ ତାଙ୍କର ଗୋଟିଏ ଚକ୍ଷୁରେ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଚକ୍ଷୁରେ ବିଭିନ୍ନ ସମସ୍ୟା ଅନୁଭବ କରିଥିଲେ। ଏବେ ଅନ୍ୟ ଚକ୍ଷୁରେ ସେ ଅସ୍ତ୍ରୋପଚାର କରାଇଛନ୍ତି। ଅମିତାଭ କ୍ରମଶଃ ସୁସ୍ଥ ହେଉଛନ୍ତି ଏବଂ ଖୁବ୍ଶୀଘ୍ର ହସପିଟାଲରୁ ଘରକୁ ଫେରିବେ ବୋଲି ଟ୍ୱିଟ୍ କରିଛନ୍ତି। ଆଉ ସେ ପୂର୍ବାପେକ୍ଷା ଏବେ ଦୁନିଆକୁ ସ୍ପଷ୍ଟ ଓ ଭଲଭାବରେ ଦେଖିପାରୁଛନ୍ତି। ସେଥିପାଇଁ ସେ ଖୁସିଥିବା ଅମିତାଭ ନିଜ ଟ୍ୱିଟ୍ରେରେ ପ୍ରକାଶ କରିଛନ୍ତି।






More Stories
ଆଫଗାନିସ୍ତାନରେ ବୋମା ମାଡ଼ କଲା ପାକ୍……
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..