Report Card Odisha

| Daily Odia News

ଆଜି ରଙ୍ଗର ପର୍ବ ହୋଲି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ହେଉଛି ରଙ୍ଗର ପର୍ବ ହୋଲି। ରଙ୍ଗର ଏହି ପର୍ବକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପରସ୍ପର ପରସ୍ପରକୁ ଅବିର ଲଗାଇ ହୋଲିର ଶୁଭେଛା ଜଣାଉଛନ୍ତି ସମସ୍ତେ। ସାରା ଦେଶ ପାଳନ କରୁଛି ରଙ୍ଗର ପର୍ବ। ଏହି ଦିନ ସବୁ ବାଦବିବାଦକୁ ଭୁଲି ସମସ୍ତେ ପରସ୍ପରକୁ ଅବିର ଲଗାଇ ସବୁ ରାଗରୁଷା ଭୁଲି ଯାଇଛନ୍ତି। ଅନ୍ୟପେଟ ହୋଲି ପର୍ବ ଅବସରରେ ଅଘଟଣ ଆଶଙ୍କାରେ ଓଡ଼ିଶା ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଯେପରି କୌଣସି ଅଘଟଣ ନଘଟିବ, ସେଥିଲାଗି ସମ୍ବେଦନଶୀଳ ସ୍ଥାନମାନଙ୍କରେ ବ୍ଲକିଂ-ଚେକିଂ କରାଯାଇଛି ।

Breaking News