ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି। ହେଲିକପ୍ଟରଟି ଲକ୍ଷ୍ନୌର ଲା ମାର୍ଟ ଗ୍ରାଉଣ୍ଡରୁ କୌଶାମ୍ବୀ ଅଭିମୁଖେ ଉଡ଼ାଣ ଭରୁଥିଲା। ଯାନ୍ତ୍ରିକ ସମସ୍ୟା ଯୋଗୁଁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିବା ସୂଚନା ମିଳିଛି। କେଶବ ପ୍ରସାଦ ମୌର୍ଯ୍ୟଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହଠାତ୍ ଧୂଆଁ ଭର୍ତ୍ତି ହେବା ଯୋଗୁଁ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସହିତ ଜଡିତ ଏହି ଘଟଣା ବିଷୟରେ ସୂଚନା ମିଳିବା ମାତ୍ରେ ପ୍ରଶାସନ ଏବଂ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲିକପ୍ଟର ତ୍ରୁଟିର ତଦନ୍ତ ପାଇଁ ଏକ ବୈଷୟିକ ଦଳ କାର୍ଯ୍ୟ କରୁଛି।






More Stories
ଟିଏମ୍ସି-ବିଜେପି ମୁହାଁମୁହିଁ , ୯ ଗିରଫ…..
ପହଲଗାମ୍ ହମ୍ଲାକୁ ବର୍ଷେ:ଭାରତ କେବେ ବି ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ……
କେଦାରନାଥରେ ମୋବାଇଲ୍ ନିଷେଧ….