Report Card Odisha

| Daily Odia News

ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ଟଙ୍କା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି ଏବଂ ଯଦି ଏହି ପରିସ୍ଥିତି ଜାରି ରହେ, ତେବେ ଭବିଷ୍ୟତରେ ରାଜ୍ୟ ଯୁବ କର୍ମଜୀବୀ ଜନସଂଖ୍ୟାର ଅଭାବର ସମ୍ମୁଖୀନ ହୋଇପାରେ। ଏହି ସମସ୍ୟାକୁ ଧ୍ୟାନରେ ରଖି ସରକାର ଏକ ନୂତନ ଜନସଂଖ୍ୟା ପରିଚାଳନା ନୀତି କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟ ସରକାର ଦ୍ୱିତୀୟ ଏବଂ ତୃତୀୟ ସନ୍ତାନ ଜନ୍ମ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଏକ ଯୋଜନା ପ୍ରଣୟନ କରୁଛନ୍ତି। ତୃତୀୟ ସନ୍ତାନ ଜନ୍ମ ପାଇଁ ସରକାର କେବେ ୨୫,୦୦୦ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଜନ୍ମହାର ନିରନ୍ତର ହ୍ରାସ ପାଉଛି। ଏହି କାରଣରୁ କିଛି ରାଜ୍ୟ ସରକାର ଏବେ ଜନସଂଖ୍ୟା ସନ୍ତୁଳନକୁ ହ୍ରାସ କରିବା ପରିବର୍ତ୍ତେ ବଜାୟ ରଖିବା ଉପରେ ଧ୍ୟାନ ଦେଉଛନ୍ତି।

Breaking News