ରିପୋର୍ଟ କାର୍ଡ/ ଭୁବନେଶ୍ୱର
ଖାଇବା ତେଲ ଦର ବୃଦ୍ଧି ହୋଇଛି। କିଛିଦିନ ତଳେ ରିଫାଇନ୍ ତେଲ ଲିଟର ୧୬୦ଟଙ୍କାରେ ବିକ୍ରି ହେଉଥିବାବେଳେ ଦୁଇଦିନ ହେଲା ଲିଟର ପିଛା ୧୭୦ଟଙ୍କାରେ ବିକ୍ରି ହେଉଛି। ଚାହିଦାଠାରୁ କମ୍ ପରିମାଣର ତେଲ ଆସୁଥିବାରୁ ରିଫାଇନ୍, ପାମୋଲିନ୍ ତେଲ ଦର ବଢିବାରେ ଲାଗିଛି । ହୋଲସେଲ୍ରେ ରିଫାଇନ୍ ତେଲ ୩ରୁ ୪ ଟଙ୍କା ବଢିଥିବା ବେଳେ ପାମୋଲିନ୍ ତେଲ ୨ରୁ ୩ ଟଙ୍କା ବୃଦ୍ଧି ହୋଇଛି।ଖୁଚୁରାରେ ରିଫାଇନ୍ ଲିଟରକୁ ୮ରୁ ୧୦ ଟଙ୍କା ବଢିଥିବା ବେଳେ ପାମୋଲିନ୍ ଲିଟରକୁ ୫ରୁ ୬ ଟଙ୍କା ବଢିଥିବା ସୂଚନା ରହିଛି । ବଜାରରେ ରିଫାଇନ୍ ତେଲର ୩୦ରୁ ୪୦ପ୍ରତିଶତ ଅଭାବ ଏହି ବୃଦ୍ଧି ପଛର କାରଣ ବୋଲି କୁହାଯାଉଛି। ରିଫାଇନ୍ ତେଲ ମାଲେସିଆ ଏବଂ ସିଙ୍ଗାପୁରରୁ ଆସୁଥିବାବେଳେ ପାମୋଲିନ ତେଲ ଇଣ୍ଡୋନେସିଆରୁ ଆସିଥାଏ।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..